ଭିଜା ଫଗୁଣର ସେଇ ବର୍ଷା ରାତି
ମନେପଡେ ତୁମ କଥା ସାଥି
ତୁମେ ଥିଲ ସାଥି ଆଉ ବର୍ଷା ରାତି
ଆମ ହାତେ ଥିଲା ଗୋଟେ ଛତା,
ଦୁହେଁ ଥିଲେ ଆମେ ଏତେ ପାଖାପାଖି
ଅନ୍ଧାର ରାତିର ଅଭୁଲା ସେ ସ୍ମୁତି,
କେମିତି କାଟିବସେ ବରଷାର ରାତି
ଆହାଃ କି ବରଷା କେଡେ ମନୋହର
ବରଷା ରେ ମନ ହୁଅଇ ଅଧୀର
ବରଷା ର ସେଇ ଟୋପା ଟୋପା ବିନ୍ଦୁ
ମୋ ମନରେ ଖେଳେ କେତେଯେ ସିନ୍ଧୁ
ଚାଁହୁଥିଲ ବୋଧେ ମୋତେ କହିବାକୁ କିଛି
ତଥାପି ତମ ମନ ଦେଉଥିଲା ରୋକି
ଫଗୁଣର ସେଇ ବରଷାର ଝର,
ମନକୁ ମୋହର କରିଲା ଅଧୀର
କେତେଯେ ସୁନ୍ଦର ବରଷାରାଣୀ
ବିଜୁଳିରେ ପରା ଭରାସେ ରୋଷଣୀ
ଘଡଘଡି ବାଜା ସାଥିରେ ପୁଣି
ଖୁସିରେ ହସଇ ସାରାଧରଣୀ
ଜଙ୍ଗଲରେ ନାଚେ ମୟୁର ପୁଣି
ନିଜ ପୁଚ୍ଛକୁ ସେ କରି ନିଜ ଓଢଣୀ
ତାକୁ ଦେଖି ମନ ପୁରିଲା ମୋର
ଖୁସିରେ ନାଚିଲା ମୋ ସାରା ଶରୀର
ତୁମେ ଚାଁହୁଥିଲ ମୋ ମୁଁହକୁ
ଫଗୁଣ ରଙ୍ଗେଈ ଦେଲା ଆମକୁ
ବରଷା ଭିଜା ପୁଣି ସେଇ ଫଗୁଣ
ନୂଆ ସକାଳ ଦେଲା ଆମକୁ ନୂଆ ଜୀବନ l
ରଶ୍ମିତା ନାୟକ
କେଶରପୁର
ନପଙ୍ଗ


0 Comments